କାଜାଖସ୍ତାନକୁ ୧୫-୦ରେ ଧରାଶାୟୀ କଲା ଭାରତ

ବିହାରର ରାଜଗିରଠାରେ ଆୟୋଜିତ ଏସିଆ କପ୍‌ ହକିରେ ଭାରତ ସୋମବାର ଗୋଲ୍ ବର୍ଷା କରି କାଜାଖସ୍ତାନକୁ ୧୫-୦ରେ ଧରାଶାୟୀ କରିଛି। ତା’ସହିତ ଲଗାତାର ତୃତୀୟ ବିଜୟ ହାସଲ କରି ଗ୍ରୁପ୍-ଏ’ ବିଜେତା ଭାବେ ସୁପର-୪ରେ ପ୍ରବେଶ କରିଛି। ଏହା ପୂର୍ବରୁ ଘରୋଇ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଚୀନକୁ ୪-୩ ଏବଂ ଦ୍ବିତୀୟରେ ଜାପାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଥିଲା। ସୋମବାର ଭାରତୀୟ ଦଳ ଗୋଲ୍ ପରେ ଗୋଲ୍ ଦେଇ ଚାଲିଥିଲା ବେଳେ ଲଗାତାର ୩ଦଶନ୍ଧି ପରେ ଏସିଆ କପ୍ ଖେଳୁଥିବା କାଜାଖସ୍ତାନ କେବଳ ଅସହାୟ ଭାବେ ଦେଖଣାହାରୀ ସାଜିଥିଲା। କାଜାଖସ୍ତାନର ଅନଭିଜ୍ଞ ଓ ଅପରିପକ୍ବ ରକ୍ଷଣଭାଗକୁ ଚକ୍‌ମା ଦେଇ ଭାରତୀୟ ଅଗ୍ରଭାଗ ପ୍ରଥମ ଥର ନିଜ ପୂରା ଦକ୍ଷତାର ସହ ଖେଳିଥିଲା। ସେଥିପାଇଁ ପ୍ରଥମାର୍ଦ୍ଧ ସୁଦ୍ଧା ୭-୦ରେ ଆଗୁଆ ହୋଇସାରିଥିଲା। ଦ୍ବିତୀୟାର୍ଦ୍ଧରେ ଆଉ ୮ଟି ଗୋଲ୍ ଦେଇ ନିଜ ଏସିଆ କପ୍ ଇତିହାସର ଅନ୍ୟତମ ସହଜ ବିଜୟ ହାସଲ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ (୫, ୮, ୨୦, ୫୯ ମିନିଟ୍) ଚାରିଟି ଗୋଲ୍ ଦେଇଥିଲା ବେଳେ ସୁଖଜିତ ସିଂହ (୧୫, ୧୨, ୩୮ ମିନିଟ୍) ତିନିଟି ଗୋଲ୍ କରିଥିଲେ।

Leave a Reply

Your email address will not be published. Required fields are marked *