ଓଡ଼ିଶାରେ ଖୁବଶୀଘ୍ର ହେବ ଏସଆଇଆର

ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଗୋପାଲନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ନେଇ ପ୍ରସ୍ତୁତି ଚାଲିଛି । ଓଡ଼ିଶାରେ ୨୩ ବର୍ଷ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ଶେଷଥର ପାଇଁ ୨୦୦୨ ମସିହାରେ ହୋଇଥିଲା । ଗୋପାଲନ କହିଛନ୍ତି ଯେ ଏହି ପ୍ରକ୍ରିୟା ପରେ ଚୂଡ଼ାନ୍ତ ଭୋଟ ତାଲିକା ଆସନ୍ତା ବର୍ଷ ଜାନୁଆରି ୭ ତାରିଖରେ ପ୍ରକାଶ ପାଇବ । ବିହାରରେ ନିର୍ବାଚନ କମିସନଙ୍କ ପକ୍ଷରୁ କରାଯାଉଥିବା ଭୋଟର ତାଲିକାର ଏସଆଇଆର ବା  ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଲାଗି ରହିଛି । ବିରୋଧୀ ଦଳମାନେ ଏହାକୁ ନେଇ ପ୍ରଶ୍ନ ଉଠାଉଥିବାବେଳେ ନିର୍ବାଚନ କମିସନ କହିଛନ୍ତି ଯେ ଖୁବଶୀଘ୍ର ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନଙ୍କରେ ଏହି ପ୍ରକ୍ରିୟା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *